ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଏ ସପ୍ତାହରେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧୀରେ ଧୀରେ ଆପଣଙ୍କ ପାଖକୁ ଅଲଗା ଅଲଗା ଉତ୍ସରୁ ଧନ ଆସିବ। ଭାଗୀଦାରିରେ କୌଣସି ନୂଆ କାରବାର କରିବା ଲାଗି ସମୟ ବହୁତ ଭଲ। ଅଫିସ୍ରେ ସମସ୍ତଙ୍କର ସହଯୋଗ ପାଇବେ। ବୈବାହିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ବହୁତ ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟରେ ପୂରା ଧ୍ୟାନ ରଖନ୍ତୁ। ବାହାର କାମରେ ଗଲାବେଳେ ମୋଟରଯାନ ସାବଧାନତାର ସହ ଚଳାନ୍ତୁ।
ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଯଦି କୌଣସି ସରକାରୀ କାମରୁ ଅର୍ଥ ପାଇବାର ଅଛି, ତେବେ ଆପଣଙ୍କୁ ମିଳିବାର ପୂରା ସମ୍ଭାବନା। ବୈବାହିକ ଜୀବନରେ ଅଶାନ୍ତି ବଢ଼ିପାରେ। ଜୀବନସାଥୀ ସହିତ ବ୍ୟବହାରରେ କୋମଳ ରଖନ୍ତୁ। ପ୍ରିୟ ବନ୍ଧୁ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଛାତ୍ରଛାତ୍ରୀ ପୂର୍ବ ପରିଶ୍ରମର ସୁଫଳ ପାଇବେ। ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ କାମ କରନ୍ତୁ ଏବଂ ବନ୍ଧୁ ସହିତ ସମୟ କଟାନ୍ତୁ।
ଅଫିସ୍ରେ ସମସ୍ତଙ୍କର ସହଯୋଗ ପାଇବେ। ଇଂଜିନିୟରଙ୍କ ଲାଗି ଲାଗି ପଦୋନ୍ନତିର ଅବସର ଆସିବ। ଆପଣ ନିଜର ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ। ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ। ଏହି ବୃଦ୍ଧି କୌଣସି ଶିଶୁର ଜନ୍ମ ଅଥବା ଜନ୍ମବାର୍ଷିକ ଉତ୍ସବ ପାଇଁ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରଙ୍କୁ ଶିକ୍ଷକଙ୍କର ମାର୍ଗଦର୍ଶନ ମିଳିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥସବଳ ଅନୁଭବ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କୌଣସି ଉତ୍ସରୁ ଧନ କମାଇବାରେ ସଂପୂର୍ଣ୍ଣ ରୂପେ ସଫଳ ହେବେ। ବନ୍ଧୁବର୍ଗଙ୍କୁ ଆର୍ଥିକ ସହାୟତା କରିପାରନ୍ତି। କୋର୍ଟ କଚେରି ମାମଲା ପୂରା ହେବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବଢ଼ିବ। କବିମାନେ କୌଣସି ନୂଆ କାବ୍ୟ ରଚନା କରିବେ। ବୈବାହିକ ଜୀବନରେ ମାନସିକ ଅଶାନ୍ତି ବଢ଼ିପାରେ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ। ମାନସିକ ଶାନ୍ତି ଲାଗି ଧ୍ୟାନ ଜପ କରନ୍ତୁ।
ବ୍ୟବସାୟର ପ୍ରଗତି ଲାଗି ସପ୍ତାହଟି ଅନୁକୂଳ। ଧନଲାଭର ପ୍ରବଳ ଯୋଗ ରହିଛି। ଯଦି ଆପଣ ବ୍ୟବସାୟରେ କୌଣସି ନୂଆ ଭାଗୀଦାରିଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ସବୁ ତଥ୍ୟକୁ ଭଲ ଭାବେ ଯାଞ୍ଚକରି ନିର୍ଣ୍ଣୟ ନିଅନ୍ତୁ। ଅଫିସ୍ରେ ଆପଣଙ୍କ କାମର ପ୍ରଶଂସା ହେବ। ପରିବାରରେ ହର୍ଷଉଲ୍ଲାସର ବାତାବରଣ ରହିବ। ଯଦି ଆପଣଙ୍କ ପ୍ରେମ ସମ୍ବନ୍ଧରେ କୌଣସି ସମସ୍ୟା ଲାଗି ରହିଛି ତେବେ ତୃତୀୟ ବ୍ୟକ୍ତିଙ୍କୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ।
ବେପାରୀବର୍ଗଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସ୍ ସଭାରେ ଆପଣଙ୍କ କଥାକୁ ଠିକ୍ ଭାବରେ ରଖିପାରିବେ। ଫେସନ୍ ଡିଜାଇନିଂ ବ୍ୟକ୍ତିବିଶେଷଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ରାଜନୀତିରେ ଭଲ ଛବି ଗଢ଼ଣ ହେବ। ଘରେ କୌଣସି ସମାରୋହର ଆୟୋଜନ ହୋଇପାରେ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ।
ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଘରୋଇ ଉଦ୍ୟୋଗରେ ଆପଣଙ୍କୁ ଚାକିରି ମିଳିପାରେ। ରାଜନୀତିରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ବଜେଟ୍କୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ। ଆପଣଙ୍କ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ତା’ ଉପରେ ନଜର ରଖିବା ଆବଶ୍ୟକ। ପରିବାରରେ ଉତ୍ସବ ଭଳି ବାତାବରଣ ରହିବ ଏବଂ ସବୁଲୋକ ପ୍ରସନ୍ନ ରହିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କ ସ୍ବାସ୍ଥ୍ୟକୁ ନେଇ ଆପଣଙ୍କ ଭାଗ୍ୟ ଉପରେ ଅଧିକ ନିର୍ଭର ରହନ୍ତୁ ନାହିଁ। ସ୍ବାସ୍ଥ୍ୟର ସୁଧାର ପାଇଁ ଚେଷ୍ଟା କରନ୍ତୁ।
ଧନସଂପତ୍ତି ବୃଦ୍ଧି ଦୃଷ୍ଟିରୁ ସପ୍ତାହଟି ଭଲ। ଜମି କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। କୌଣସି ପ୍ରକାର ବଡ଼ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ସମ୍ଭାବନା। ଘରର କୌଣସି ପୁରୁଣା ଫଟୋ ବା ପୁରୁଣା ଆଲ୍ବମ୍ ଚିତ୍ର ପରିବାରର ସ୍ମୃତି ତାଜା କରିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ କରିବା ଲାଗି ମନସ୍ଥ କରିପାରନ୍ତି।
ଆପଣ ନିଜ କାମରେ ଆଗକୁ ବଢ଼ିବା ଲାଗି ଭଲ ସମୟ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଭାଗୀଦାରି ବ୍ୟବସାୟରେ ସାଥୀଙ୍କ ବ୍ୟବହାରକୁ ନେଇ ମନରେ କିଛି ଉଦାସୀର ଭାବନା ଉତ୍ପନ୍ନ ହୋଇପାରେ। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଲାଭର ସୁଯୋଗ ମିଳିବ। ଚାକିରି ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି। ଇଂଜିନିୟରିଂ, ଆଇନ ଓ ସାମାଜିକ ସେବା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅପାର ସଫଳତା ପାଇବେ।
ଏହାଦ୍ବାରା ଆପଣଙ୍କୁ କିଛି ଧନଲାଭ ହେବାର ସମ୍ଭାବନା। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି ହୋଇପାରନ୍ତି। ଅଫିସ୍ରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ଘରର ବୟସର ସାନଲୋକଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ସପରିବାର ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ପ୍ରିୟ ବନ୍ଧୁର ଅଚାନକ ମାନସିକ ପରିବର୍ତ୍ତନ ନେଇ ଆପଣ ଟିକେ ଅଶାନ୍ତିରେ ରହିପାରନ୍ତି। ଗତ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ଯେଉଁ ବିଷୟ ବୁଝିବାରେ ଅସୁବିଧା ହେଉଥିଲା, ଏ ସପ୍ତାହ ବୁଝିବା ପାଇଁ ସଂପୂର୍ଣ୍ଣ ରୂପେ ସଫଳ ହେବେ।
ସପ୍ତାହ ଆରମ୍ଭରୁ ଆପଣ କୌଣସି ଉତ୍ସରୁ ପଇସା କମାଇବାରେ ସଫଳ ହେବେ। ବନ୍ଧୁବର୍ଗଙ୍କୁ ସାହାଯ୍ୟ ସହଯୋଗ କରିବେ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସ୍ରେ ତଳିଆ କର୍ମଚାରୀ ଆପଣଙ୍କଠାରୁ କାମର କୌଶଳ ଶିଖିବେ। ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଶ୍ବଶୁରଘର ସହିତ ସଂପର୍କ ବହୁତ ଭଲ ରହିବ। ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଦାମ୍ପତ୍ୟ ଜୀବନ ଲାଗି ଉତ୍ତମ ସିଦ୍ଧି ହେବ। କଲେଜ ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ ରହିବ।
ଏ ସପ୍ତାହ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଆମଦାନି ଲଗାତାର ବୃଦ୍ଧି ହେବ। ଯାହାଦ୍ବାରା ଖର୍ଚ୍ଚକୁ ଆରାମରେ ସମ୍ଭାଳି ନେବେ। ପୂର୍ବରୁ କରିଥିବା ନିବେଶକୁ ମଜଭୁତ କରିବା ଏବଂ ଭବିଷ୍ୟତ ଲାଗି ଉଚିତ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ କିଛି ସମୟ ଓ ଉପହାର ଦିଅନ୍ତୁ। ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ।